Skip to content
Lyric
Dive
Public playlists
My playlists
Search
Sign in
Kichi Hau Hau Kichi Hela
Babul Supriyo
Popularity · Low
+
🇬🇧 English · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
କିଛି ହଉ-ହଉ କିଛି ହେଲାରେ, ଇଲା-ଇଲା-ଇଲା
ସିଟି ମାରୁ-ମାରୁ station ଛାଡ଼ି ଗାଡ଼ି ଗଡ଼ିଗଲା
ମୁଁ ତ ଚଗଲି, ତୁ ତ ଚଗଲା
ଯାହା ହେଲା ଭଲହେଲା
Line clear ହେଇନାହିଁ ଆମ signal ଭାଙ୍ଗିଗଲା
ଲାଗିଲା ଧକା ଲାଗିଲା, ଧକା ଲାଗିଲା (ଲାଗିଲା ଧକା ଲାଗିଲା, ଧକା ଲାଗିଲା)
ଧକା ଲାଗୁ-ଲାଗୁ ପ୍ରେମ ହେଲାରେ, ବହି ଜଳିଗଲା
ଆରେ କିଛି ହଉ-ହଉ କିଛି ହେଲାରେ, ଇଲା-ଇଲା-ଇଲା
ଯେଉଁ କଥା ଆଖି ତୋର ଦଉଥିଲା ଫାଙ୍କି
ସେଇ କଥା ଓଠ ତୋର ଦେଲା ଆଜି ଲେଖି
ହେ, ଯେଉଁ କଥା ଆଖି ତୋର ଦେଉଥିଲା ଫାଙ୍କି
ସେଇ କଥା ଓଠ ତୋର ଦେଲା ଆଜି ଲେଖି
ହୋ, ଆଜି ଯାଏଁ ମନରେ ମୋ ପଡ଼ିଥିଲା ତାଲା
ଲାଗେ ଆଜି ସେଇ ମନକୁ ଚୋର ନେଇଗଲା
ତୁ ତ ରଙ୍ଗିଲି, ମୁଁ ତ ରଙ୍ଗିଲା
ଯାହା ହେଲା ଭଲହେଲା
ପାଉଁଶ ତଳ ନିଆଁଟା ଆଜି ହୁତ୍-ହୁତ୍ ଜଳିଗଲା
ଫୁଟିଲା ବୋମା ଫୁଟିଲା, ବୋମା ଫୁଟିଲା (ଫୁଟିଲା ବୋମା ଫୁଟିଲା, ବୋମା ଫୁଟିଲା)
ବୋମା ଫୁଟୁ ଫୁଟୁ ପ୍ରେମ ହେଲାରେ, ବହି ଜଳିଗଲା
ଆରେ କିଛି ହଉ ହଉ କିଛି ହେଲାରେ, ଇଲା-ଇଲା-ଇଲା
ଲାଗୁଥିଲା ଭଅଁରଟା ନିହାତି ଅନାଡ଼ି
ଫୁଲ ଗାଲେ ଲେଖିଦେଲା ପ୍ରେମ ABCD
ଆରେ ଲାଗୁଥିଲା ଭଅଁରଟା ନିହାତି ଅନାଡ଼ି
ଫୁଲ ଗାଲେ ଲେଖିଦେଲା ପ୍ରେମ ABCD
ଆରେ ବୟସର ଦୋଷ ଇଏ ଆମ ଦୋଷ ନୁହେଁ
ପ୍ରେମ ବାଟେ ସବୁବେଳେ ପାଦ ଖସିଯାଏ
ଆରେ ମୁଁବି କୁଆଁରୀ, ତୁବି କୁଆଁରା
ଯାହା ହେଲା ଭଲହେଲା
ଆଜିଠାରୁ ଆମ ଖୁଲମ-ଖୁଲା Licence ମିଳିଗଲା
ଜମିଲା ଯୋଡ଼ି ଜମିଲା, ଯୋଡ଼ି ଜମିଲା (ଜମିଲା ଯୋଡ଼ି ଜମିଲା, ଯୋଡ଼ି ଜମିଲା)
ଯୋଡ଼ି ଜମୁ ଜମୁ ପ୍ରେମ ହେଲାରେ, ବହି ଜଳିଗଲା
ଆରେ କିଛି ହଉ ହଉ କିଛି ହେଲାରେ, ଇଲା-ଇଲା-ଇଲା
ଆରେ ସିଟି ମାରୁ ମାରୁ station ଛାଡ଼ି ଗାଡ଼ି ଗଡ଼ିଗଲା