Ei Jhuma Jhuma
Aarti Mukherji
Popularity · Low
Listen
YouTube
0:00 / 0:00
Loading YouTube player...
Lyrics offset
Synced
Lyrics
ଏଇ ଝୁମା-ଝୁମା ଗୋଲାପୀ ବେଳାରେ
ଏଇ ଝୁମା-ଝୁମା ଗୋଲାପୀ ବେଳାରେ
ସାଥେ ଆମ ସ୍ମୃତି ନେଇ, ଆହୁରି ନିଜର ହୋଇ
ହଜିଯିବା ଆପଣା ଭିତରେ, ହୋ
ଏଇ ଝୁମା-ଝୁମା ଗୋଲାପୀ ବେଳାରେ
ଏଇ ଝୁମା-ଝୁମା ଗୋଲାପୀ ବେଳାରେ
ମୁଁ ଯେ ଗୀତି, ତୁମେ ସୁର ପ୍ରିୟତମ ମୋର
ତଟିନୀ ମୁଁ, ତୁମେ ମୋ ସାଗର
ମୁଁ ଯେ ଗୀତି, ତୁମେ ସୁର ପ୍ରିୟତମ ମୋର
ତଟିନୀ ମୁଁ, ତୁମେ ମୋ ସାଗର
ଫଗୁଣର ଫଗୁ ଭିଜା ବଗିଚାରେ ମୋର
ସୁରଭି ମୁଁ, ତୁମେ ତ ସମୀର
କଇଁ ମୁଁ, ତୁମେ ଜହ୍ନ, ମୁଁ ଆଖି, ତୁମେ ସ୍ୱପ୍ନ
ଚିରନ୍ତନ ଆମେ ଦୁନିଆଁରେ, ହୋ
ଏଇ ଝୁମା-ଝୁମା ଗୋଲାପୀ ବେଳାରେ
ଏଇ ଝୁମା-ଝୁମା ଗୋଲାପୀ ବେଳାରେ
ସାଥେ ଆମ ସ୍ମୃତି ନେଇ, ଆହୁରି ନିଜର ହୋଇ
ହଜିଯିବା ଆପଣା ଭିତରେ, ହୋ
ଏଇ ଝୁମା-ଝୁମା ଗୋଲାପୀ ବେଳାରେ
ମୋର ମନ ଦରପଣେ ବିମ୍ବିତ ଲାଜେ
ତୁମରି ସେ ରଙ୍ଗୀନ ମନ
ମୋର ମନ ଦରପଣେ ବିମ୍ବିତ ଲାଜେ
ତୁମରି ସେ ରଙ୍ଗୀନ ମନ
ଶାମୁକା ବୁକୁର ସେଇ ମୁକୁତାର ସମ
ତୁମେ ସାଥି ମୋହରି ଜୀବନ
ହସ ଲୁହ ସାଥେ ଖେଳି, ଆମେ ଦୁହେଁ ଥିବା ଚାଲି
ଜୀବନର ଚଲାପଥ ଉପରେ
ଏଇ ଝୁମା-ଝୁମା ଗୋଲାପୀ ବେଳାରେ
ଏଇ ଝୁମା-ଝୁମା ଗୋଲାପୀ ବେଳାରେ
ପ୍ରିୟତମ ତୁମେ ମୋର ତୃଷ୍ନାର ଜଳ
ତୁମେ ହିଁ ତ ମୋ ମନର ମନ
ପ୍ରିୟତମ ତୁମେ ମୋର ତୃଷ୍ନାର ଜଳ
ତୁମେ ହିଁ ତ ମୋ ମନର ମନ
ଭଲପାଇ ତୁମକୁ ମୁଁ, ପାଇଛି ନିଜକୁ
ବୁଝିଛି ମୋ ଅବୁଝା ସପନ
ଜନମ ଜନମ ପାଇଁ, ତୁମେ ଗୋ ଦେବତା ହୋଇ
ଆସୁଥିବ ମୋ ମନ ମନ୍ଦିରେ, ହୋ
ଏଇ ଝୁମା-ଝୁମା ଗୋଲାପୀ ବେଳାରେ
ଏଇ ଝୁମା-ଝୁମା ଗୋଲାପୀ ବେଳାରେ