Skip to content
Lyric
Dive
Public playlists
My playlists
Search
Sign in
Ethara Fagune
Satyajeet Pradhan feat. Aseema Panda
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ହାଏ, ମଖମଲ୍ଲି ହସ ତୋର ଦେଖିଦେଲେ ମୁଁ ଥରେ
ଜିତୁଥିବା ବାଜିକୁ ମୁଁ ତୋ ପାଖରେ ହାରେ
ହାଏ, ତୋ ଠାରୁ ନିଜର ମୋ କିଏ ଆଉ ଅଛି?
ଭଲ ଠାରୁ ଅଧିକ ମୁଁ ତୋତେ ଭଲପାଉଚି
ସବୁଥର ପରି ଏଥର ଫଗୁଣ
ଛୁଇଁବାକୁ ତୋତେ ପକେଇଛି ରାଣ
ତୁ ମୋତେ ଭଲପାଉ ବୋଲି କହିଯା
ଏଥର ଫଗୁଣେ ବଜେଇବି ବାଜା
ଥରୁଟେ ତୁ ମୋତେ ଭଲପାଇଯା
ହୁଁମ୍, ଏଥର ଫଗୁଣେ ବଜେଇକି ବାଜା
ମୋତେ ତୋ ନିଜର କରି ନେଇଯା
ମୋ ଗାଁ ଦାଣ୍ଡରେ ଯେବେ ଦେଖେ ମୁଁ ତୋତେ ରେ
ଚାହିଁଲେ କହି ପାରେନା ତୋତେ କେତେ ଭଲପାଏ ମୁଁ
ହଁ, ତୋର ସେ ନଜର ଯେବେ ପଡେ ଉପରେ ମୋର
ଲାଗେ ରେ ପ୍ରେମ ଗଳିରେ ତୋର ପାଦ ଥାପିଦେଲି ମୁଁ
ଏତେ କାଇଁ ତୋତେ ଚାହେଁ ମୁଁ କେଜାଣି?
ଜୀବନେ ଦେବି ତୋ ହସ ମୁଁ ଛାଉଣୀ
ମନକୁ ତୋ ମୋ ପାଖରେ ବନ୍ଧା ରଖିଯା, ହାଏ
ଏଥର ଫଗୁଣେ ବଜେଇବି ବାଜା
ଥରୁଟେ ତୁ ମୋତେ ଭଲପାଇଯା
ହାଏ, ଏଥର ଫଗୁଣେ ବଜେଇକି ବାଜା
ମୋତେ ତୋ ନିଜର କରି ନେଇଯା
ମଥାର ଟିକିଲି ବୋଲ ମାନୁନି ଆଜିକାଲି
କହୁଛି ଟୋପେ ସିନ୍ଦୁର ଚାହେଁ ତୋ ହାତରୁ
ଓ, ହାତରୁ ମୋ ସିନ୍ଦୁର ଦେଇ ମଥାରେ ମୁଁ ତୋର
ଚୋରିକରି ନେବି ପ୍ରେମ ସବୁ ତୋ ହୃଦୟରୁ
ଏବେ-ଏବେ ମନ ଲାଜରେ ହସୁଛି
ଫଗୁଣ ବି ରାଣ ଫିଟେଇ ସାରିଛି
କେବେ ହେବି ରାଣୀ ତୋର? ତୁ ହବୁ ରାଜା
ହଁ, ଏଥର ଫଗୁଣେ ବଜେଇକି ବାଜା
ମୋତେ ତୋ ନିଜର କରି ନେଇଯା
ଓ, ଏଥର ଫଗୁଣେ ବଜେଇବି ବାଜା
ଥରୁଟେ ତୁ ମୋତେ ଭଲପାଇଯା