Skip to content
Lyric
Dive
Public playlists
My playlists
Search
Sign in
Maa Pari Kia Heba, Pt. 2
Roop Kumar Rathod
Popularity · Low
+
🇳🇵 Nepali · Original
0
0
Listen
YouTube
1
2
3
0:00 / 0:00
Loading YouTube player...
Lyrics offset
Synced
Lyrics
Original
Translation
Bilingual
ମିଛ ଦୁନିଆଁରେ ଯଦି ସତ କିଛି ଥାଏ
ମିଛ ଦୁନିଆଁରେ ଯଦି ସତ କିଛି ଥାଏ
ନାରୀ ରୂପୀ ନାରାୟଣୀ ମା' ଏକା ସିଏ
ନାରୀ ରୂପୀ ନାରାୟଣୀ ମା' ଏକା ସିଏ
ଯଶୋଦାର ସ୍ନେହ ଦବ (ହୁଁ-ହୁଁ)
ବସୁଧାକୁ ସହୁଥିବ (ହୁଁ-ହୁଁ)
ଦୁଃଖରେ ଆହା କରିବ
ବିପଦରେ ସାହା ହବ
ଲୁହ, ଲହୁ ମୂଲ ତାର କିଏ ବା ସୁଝିବ?
ମା' ପରି (ମା' ପରି)
ମା' ପରି (ମା' ପରି)
ମା' ପରି କିଏ ହବ?
ମା' ପରି (ମା' ପରି)
ମା' ପରି (ମା' ପରି)
ମା' ପରି କିଏ ହବ? (ମା' ପରି କିଏ ହବ?)
ଯଶୋଦାର ସ୍ନେହ ଦବ
ବସୁଧାକୁ ସହୁଥିବ
ଦୁଃଖରେ ଆହା କରିବ
ବିପଦରେ ସାହା ହବ
ଲୁହ, ଲହୁ ମୂଲ ତାର କିଏ ବା ସୁଝିବ?
ମା' ପରି (ମା' ପରି)
ମା' ପରି (ମା' ପରି)
ମା' ପରି କିଏ ହବ?
ମା' ପରି (ମା' ପରି)
ମା' ପରି (ମା' ପରି)
ମା' ପରି କିଏ ହବ? (ମା' ପରି କିଏ ହବ?)
ତା ଆଖିରେ ମଣିଷ ତ ଦୁନିଆକୁ ଦେଖେ
ତା ହାତ ଆଙ୍ଗୁଳି ଧରି ବାଟ ଚାଲି ଶିଖେ
ତା ଆଖିରେ ମଣିଷ ତ ଦୁନିଆକୁ ଦେଖେ
ତା ହାତ ଆଙ୍ଗୁଳି ଧରି ବାଟ ଚାଲି ଶିଖେ
ତା କୋଳେ ଥାଏ ସରଗ ସୁଖ
ପଣତରେ ପଛେ ଜୀବନ ଦୁଃଖ
ହଜିଥିଲେ ଖୋଜି ଦବ
ଭାଙ୍ଗିଥିଲେ ଗଢି ଦବ
ଅଳି, କଳି ସହୁଥିବ
ଧୂଳି ଝାଡି ଦଉଥିବ
ପଣତରେ ଲୁହ ପୋଛି ଓଠେ ହସ ଦବ
ମା' ପରି (ମା' ପରି)
ମା' ପରି (ମା' ପରି)
ମା' ପରି କିଏ ହବ?
ମା' ପରି (ମା' ପରି)
ମା' ପରି (ମା' ପରି)
ମା' ପରି କିଏ ହବ? (ମା' ପରି କିଏ ହବ?)
ମା'ର ମମତା କରେ କଣ୍ଟାକୁ ବି ଫୁଲ
ସୁଝିହୁଏ ନାହିଁ ତାର କଷଣର ମୁଲ
ମା'ର ମମତା କରେ କଣ୍ଟାକୁ ବି ଫୁଲ
ସୁଝିହୁଏ ନାହିଁ ତାର କଷଣର ମୁଲ
ଆଶିଷ ତାର ଗଙ୍ଗାର ଧାର
ସକାଳ ତୀର୍ଥ ଚରଣ ତାର
ସରଗଠୁ ବଡ ସିଏ
ଦେଖି ମନ ପୂରିଯାଏ
ଯେତେଦିନ ସୂର୍ଯ୍ୟ ଥିବ
ଜହ୍ନ, ତାରା ହସୁଥିବ
ମା ସେତ ଦୁନିଆଁରେ ପୂଜା ପାଉଥିବ
ମା' ପରି (ମା' ପରି)
ମା' ପରି (ମା' ପରି)
ମା' ପରି କିଏ ହବ?
ମା' ପରି (ମା' ପରି)
ମା' ପରି (ମା' ପରି)
ମା' ପରି କିଏ ହବ? (ମା' ପରି କିଏ ହବ?)
ତୁହିତ ଦେଇଚୁ ଆମ ଆଖିରେ ସପନ
ତୋ କାନିରେ ବନ୍ଧା ପରା ଆମରି ଜୀବନ
ତୁହିତ ଦେଇଚୁ ଆମ ଆଖିରେ ସପନ
ତୋ କାନିରେ ବନ୍ଧା ପରା ଆମରି ଜୀବନ
ତୋ ପାଦ ତଳେ ରଖିଛୁ ମନ
ପୂଜାରେ ତୋର କାଟିବୁ ଦିନ
ମା ତୋ ମନକୁ ଜାଣି
ପଥର କରିବୁ ପାଣି
ଏ ଦୁନିଆଁ ଦେଖୁଥିବ
ଧନ୍ୟ ତତେ କହୁଥିବ
ତୋ ପାଇଁ ଲୋଡ଼ା ହେଲେ ଏ ଜୀବନ ଯିବ
ମା' ପରି
ମା' ପରି
ମା' ପରି କିଏ ହବ?
ମା' ପରି
ମା' ପରି
ମା' ପରି କିଏ ହବ?
ମା' ପରି କିଏ ହବ?
ମା' ପରି କିଏ ହବ?
ମା' ପରି କିଏ ହବ?